ବର୍ତ୍ତମାନର ହରିହର ପୁର(ଯାହାର ପୂର୍ବନାମ ଶରଣକୁଳ
ଗ୍ରାମରେ ଲଡୁ ବେହେରା ନାମକ ଏକ ଗଉଡ଼ ବାସ କରୁଥିଲା। ତାଆର କପିଳା ନାମରେ ଗୋଟିଏ କାଳି ଗାଈ ସର୍ବଦା ଗୋଠରୁ କେଉଁ ଆଡେ଼ ଚାଲିଯାଉଥିଲା ସେ ଲକ୍ଷ୍ୟ କଲା। ଗାଈଟି ଘରେ କ୍ଷୀର ଦେଇ ନଥିବାରୁ ଗଉଡ଼ ତା ଉପରେ ନଜର ରଖୁଥାଏ
ଦିନେ ନଦୀରେ ବିରାଟ ବଢ଼ି ପାଣି ଆସିଲା କିନ୍ତୁ ଗାଈଟି ବଢ଼ିପାଣିକୁ ନ ଡରି ନଦୀ ପାର ହୋଇ ଚାଲିଗଲା। କେଉଁଆଡେ଼ ଗଲା ବୋଲି ଜଙ୍ଗଲ ରେ ଗୌଡ ଖୁଯି ଖୂଜି ଯିବା ସମୟରେ ଗଉଡ଼ ଦେଖିଲା ଗାଈଟି ଏକ ଗିଲନଟି ଭିତରେ ବିଲ୍ୱବୃକ୍ଷ ପାଖରେ ଏକ ସ୍ଥାନରେ ଠିଆ ହୋଇରହିଛି। ତା ପହ୍ନାରୁ କ୍ଷୀର ସ୍ବୟଂ ତଳେ ଥିବା ଏକ ଶିବ ଲିଙ୍ଗ ଆକୃତି ପଥର ଶିଳା ଉପରେ ପଡୁଛି। ଗଉଡ଼ ମୂର୍ଖ, ରାଗରେ ଗାଈକୁ କେନ୍ଦୁ ଠେଙ୍ଗାରେ ଲଗାତାର ପିଠିକି ବାଡେଇଲା ଭୟରେ ଗାଈ ଦୌଡ଼ି ପଳାଇବା ସମୟରେ ଗାଈର ଗୋଡର ଖୁରା ପଥର ଉପରେ ପଡ଼ିଯିବାରୁ ପଥରଟିରୁ ଧାରଧାର ହୋଇ ରକ୍ତ ବହିବାକୁ ଲାଗିଲା ଏପରି ଭୟଂକର ଅସମ୍ଭବ ଦୃଶ୍ୟ ଦେଖି ଗଉଡ଼ ଡ଼ରରେ ଗାଁକୁ ଦୌଡ଼ି ଜାଇ ସମସ୍ତଙ୍କୁ ଘଟଣା ବିଷୟରେ ଜଣାଇଲା। ଗାଁ ମୁଖିଆ ସହିତ ଅନ୍ୟ ଲୋକମାନେ ଦେଖନ୍ତି ଗଉଡ଼ କହୁଥିବା କଥା ସତ। ସ୍ୱୟଂ ମହାଦେବ ଲିଙ୍ଗ ସ୍ବରୂପୀ ହୋଇ ଫୁଟି ବାହାରିଛନ୍ତି। ସେମାନେ ବିଭିନ୍ନ ଦ୍ରବ୍ୟ ଦେଇ ପ୍ରଭୁଙ୍କର ପୂଜାର୍ଚ୍ଚନା କଲେ। ତାପରେ ଏହି ଘଟଣା ଯାଇ ତତ୍କାଳୀନ ରାଜାଙ୍କ ପାଖରେ ପହଂଚିଲା। ରାଜା ଘଟଣାର ତଦନ୍ତ କରି ତା’ର ସତ୍ୟତା ବାହାର କଲେ ଏବଂ ପ୍ରଭୁଙ୍କର ପୂଜା ନୀତିପାଇଁ ସେବକ ନିଯୁକ୍ତି କଲେ। ମନ୍ଦିର ପାଇଁ ଜମି ଖଜା କଲେ। ପରେ ସେଠାରେ ମନ୍ଦିର ନିର୍ମିତ ହେଲା। ଗଉଡ଼ର ମୂଖାମୀ ଯୋଗୁଁ ପ୍ରଭୁ କଷ୍ଟ ପାଇଥିବାରୁ ପୀଠଠାରୁ ଦୁଇକୋଶ ମଧ୍ୟରେ କୌଣସି ଗଉଡ଼ ବାସ ନ କରିବାକୁ ରାଜା ନିର୍ଦ୍ଦେଶ ଦେଲେ ଯାହାକି ଆଜି ସୁଦ୍ଧା ପାଳିତ ହୋଇଆସୁଛି। ଏବେ ମଧ୍ୟ ଶରଣକୁଳ ମଧ୍ୟରେ ସବୁ ପାଟକର ଲୋକ ଥିଲେ ମଧ୍ୟ ଗଉଡ଼ ବସବାସ କରି ନାହାଁନ୍ତି।
.jpg)
No comments:
Post a Comment