ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଘୋର ଜଙ୍ଗଲ ମଧ୍ୟରେ ରହି ମାଆଙ୍କର ଯଥାବିଧି ପୂଜାର୍ଚ୍ଚନା କରୁଥିଲେ ଦେହୁରୀମାନେ। ମାତ୍ର ସମୟ ସମୟରେ ପୂଜକ ପରିବାରରେ କେହି ଜନ୍ମ ହେଲେ ବା ମୃତ୍ୟୁ ମୁଖରେ ପଡ଼ିଲେ ମାଆଙ୍କର ପୂଜାର୍ଚ୍ଚନା ବାଧାପ୍ରାପ୍ତ ହେଉଥିଲା। ଦୁର୍ଗମ ଜଙ୍ଗଲରେ ବ୍ରାହ୍ମଣ ନମିଳିବାରୁ ରାଜା ଗୋବିନ୍ଦ ଭଞ୍ଜ ଚିନ୍ତିତ ରହୁଥିଲେ। ଭକ୍ତର କଷ୍ଟ ବୁଝିପାରି ସ୍ୱପ୍ନାଦେଶରେ କହିଲେ, ଗୋଟେ ମାଟିଘଟରେ ଗୋ-ଘୃତ ପୂର୍ଣ୍ଣ କରି ମୋର ଆସ୍ଥାନ ନିକଟରେ ଥିବା କୁସୁମ ବୃକ୍ଷ ଡାଳରେ ବାନ୍ଧିଦେବୁ। ଦେହୁରୀ ପୂଜା ଶେଷରେ ସେହି ପୂଜା ପାଣିକୁ ପ୍ରତିଦିନ ସେହି ଘଟରେ ସିଞ୍ଚିବ । ସେ ଅଶୌଚ ସମୟରେ ସେହି ଘଟରୁ ଟିକିଏ ଘିଅ ପାତ୍ରରେ ନେଇ ପାନ କରିବ ଓ ଆଉ ଟିକେ ଘିଅରେ ଦୁବଘାସ ବୁଡାଇ ମୁଣ୍ଡରେ ସିଞ୍ଚିବ। ଏହାଦ୍ୱାରା ସେ ଅଶୌଚରୁ ମୁକ୍ତି ହୋଇ ମୋର ପୂଜା କରିପାରିବ। ସେହିଦିନଠାରୁ ଘିଅ ଘଟ ବନ୍ଧା ହେବା କାରଣରୁ ମାଆଙ୍କ ପୀଠର ନାମ ହେଲା ଘଟଗାଁ
Followers
🔴 LIVE NOW
🕉️
ଭକ୍ତି ଆନନ୍ଦ ଓଡ଼ିଆ TV
|| ସତ୍ୟ ସନାତନ ଧର୍ମର ପ୍ରଚାର ||
🪔 🙏 🪔
⭕ ଜୟ ଜଗନ୍ନାଥ ⭕
Subscribe to:
Post Comments (Atom)

No comments:
Post a Comment