🕉️

ଭକ୍ତି ଆନନ୍ଦ ଓଡ଼ିଆ TV

ସତ୍ୟ, ସନାତନ ଏବଂ ସଂସ୍କୃତିର ପରିଚୟ

🙏 Subscribe Channel
ଜୟ ଜଗନ୍ନାଥ... ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ... ଭକ୍ତି ଆନନ୍ଦ ଓଡ଼ିଆ TV ୱେବସାଇଟ୍ କୁ ଆପଣଙ୍କୁ ସ୍ୱାଗତ...

Followers

🔴 LIVE NOW
🕉️

ଭକ୍ତି ଆନନ୍ଦ ଓଡ଼ିଆ TV

|| ସତ୍ୟ ସନାତନ ଧର୍ମର ପ୍ରଚାର ||

🪔 🙏 🪔
⭕ ଜୟ ଜଗନ୍ନାଥ ⭕

Thursday, October 24, 2024

ମା ବୁଢ଼ା କେନ୍ଦୁ ରଜକ ଧବାକୁ ଜଙ୍ଗଲରେ ଦର୍ଶନ ଦେଲେ maa budhakendu mandir




 ସ୍ଥାନୀୟ ଲୋକ କହିବା ଅନୁସାରେ ଜଣେ ଧୋବା ଘଞ୍ଜ ଜଙ୍ଗଲ ଭିତରକୁ କାଠ ହାଣିବାକୁ ଯାଇଥିବା ବେଳେ ଜଙ୍ଗଲରେ ଥିବା କେନ୍ଦୁ ଗଛକୁ ହାଣିବା ପାଇଁ କୁରାଢ଼ୀ ଚୋଟ ପକାଇଥିଲା l ଗଛର ହଣା ଯାଇଥିବା ସ୍ଥାନରୁ ରକ୍ତ ଝରିବା ଆରମ୍ବ ଦେଖି ସେ ଆଚର୍ଯ୍ୟା ହୋଇ ଯାଇଥିଲା l ଘଟଣା ସକ୍ରାନ୍ତରେ ସ୍ଥାନୀୟ ଅଞ୍ଚଳବାସିଙ୍କୁ ଜଣାଇଥିଲେ ବୁଦ୍ଧା ଜଣଙ୍କ l ହଠାତ ଘଟଣାକୁ ବିଶ୍ୱାସ ନ କରିପାରିଲେ ମଧ୍ୟ ନିଜ ଆଖିରେ ନ ଦେଖିଲେ ପରେ ଘଟଣାର ସତ୍ୟାସତ ଜାଣିପାରିଲେ l ପରବତୀ ସମୟରେ ରଜକର  ମୁତୃ ହୋଇଥିଲା l ଏହି ଅଲୌକିକ ଘଟଣାକୁ ଦେଖି ଏହା ଦେବୀଙ୍କ ମହିମା ବୋଲି ବିଚାର କରି ପୂଜାପାଠ ମହାଯଂଜ୍ଞ କରିଥିଲେ ଅଞ୍ଚଳବାସି ସେହିଦିନଠାରୁ ଏହି ଅଞ୍ଚଳରେ ମାଙ୍କ ମହିମା ପ୍ରଚାର ହେବାସହ ଅଂଚଳବାସୀଙ୍କ ପାଇଁ ଇଷ୍ଟଦେବୀ ପାଲିଟି ଗଲେ ମା ବୁଢାକେନ୍ଦୁ 


ଆଜି ବି ଏହି ଶକ୍ତିପୀଠ ରେ ସେହି କୁରାଢ଼ୀ ଅଛି ଯେଉଥିରେ କେନ୍ଦୁ ଗଛକୁ ଚୋଟ ମାରିଥିଲା ରଜକ (ଧୋବା ) l 


ବିଶେଷ କରି କାର୍ତିକ ପୁର୍ଣିମା ଓ ଚ୍ୟେତ୍ର ମାସରେ ଏଠାରେ ହଜାର ହଜାର ଭକ୍ତଙ୍କ ସମାଗମ ହୁଏ l


ଭଞ୍ଜନଗର ଠାରୁ ମା ବୁଢାକେନ୍ଦୁ ମନ୍ଦିର ଦୂରତା 18 km l

ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଏହି ପରିବେଶ ଭାରୀ ସୁନ୍ଦର l 

No comments: