ଜରିପୁଟର ମହାବୀର ମନ୍ଦିର, ମାନସିକ କଲେ ପୂରଣ ହୁଏ ମନୋସ୍କାମନା
। କୁହାଯାଏ, ହନୁମାନଙ୍କୁ ପୂଜା କଲେ ସମସ୍ତ ପ୍ରକାର କଷ୍ଟ ଦୂର ହୋଇଥାଏ
ଏଠାରେ ଭଗବାନଙ୍କୁ ଆରାଧନା କଲେ ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି ।
ଏଠାରେ ଯିଏ ପ୍ରଭୁ ହନୁମାନଙ୍କୁ ସ୍ମରଣ କରନ୍ତି, ବଜରଙ୍ଗବାଲୀ ତା’ର ଦୁଃଖ,କଷ୍ଟ , ଶତ୍ରୁ ଭୟ ଆଦି ଦୂର କରି ବଳ ପ୍ରଦାନ କରିଥାନ୍ତି ।
ତନ୍ତ୍ର ସାଧନାର ଏହି ପୀଠ ଆମ ଓଡ଼ିଶାରେ ରହିଛି । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଏହି ପୀଠର ମାହାତ୍ମ୍ୟ।
ଖୋର୍ଦ୍ଧା ବ୍ଲକ ପଲ୍ଲାତୋଟାପଡା ପଂଚାୟତର ଜରିପୁଟ ଗ୍ରାମରେ ମହାବୀରଙ୍କର ଏହି ପୀଠ । ତନ୍ତ ପାହାଡ ଉପରେ ବିରାଜମାନ କରିଛନ୍ତି ପ୍ରଭୁ ବଜରଙ୍ଗବାଲୀ। ମାନ୍ୟତା ରହିଛି କି ୫୦୦ ବର୍ଷ ପୁରୁଣା ପ୍ରତିମା ଏଠାରେ ପୂଜା ପାଉଛନ୍ତି । ଅନେକ କିର୍ତ୍ତୀ, ଗାରିମା ଓ ଇତିହାସ ଏହି ପୀଠ ସହ ଯୋଡ଼ି ହୋଇ ରହିଛି। ଭଗବାନ କିପରି ଏଠାକୁ ଆସିଲେ ଏବଂ କାଳକ୍ରମେ କିଭଳି ଏହି ପୀଠ ବିସ୍ଥାର ଲାଭ କଲା ଏମିତି ଅନେକ କିମ୍ବଦନ୍ତୀ ଏହି ମନ୍ଦିର ସହ ଯୋଡ଼ି ହୋଇ ରହିଛି।
ଏଠି ସାଧୁ ସନ୍ଥ ମାନେ ପୂଜା କରୁଥିଲେ କାଳ କ୍ରମେ ଏଠାରୁ ଚାଲିଗଲା ପରେ ଅପୁଯା ରହି ଥିଲେ , ଧୀରେ ଧୀରେ ଗ୍ରାମ ବାସୀ ମାନେ ପୂଜା କରିବାକୁ ଲାଗିଲେ, କାଳ କ୍ରମେ ଧୀରେ ଧୀରେ ମନ୍ଦିରର ଉନ୍ନତି ହେବାରେ ଲାଗିଲା
ଏହି ପୀଠ ହେଉଛି ତନ୍ତ୍ର ପୀଠ , ଏହି ପୀଠରେ ପାଇକ ମାନେ ତନ୍ତ୍ର ବିଦ୍ୟା ଶିଖି ଯୁଧ ବିଦ୍ୟା ଶିକ୍ଷା ଆରମ୍ଭ କରୁଥିଲେ ଏହି ଗଛର ନାମ ବାଞ୍ଚା ବଟ ମାନସିକ ରଖ, ମାନସିକ ପୂରଣ ପାଇଁ ଏହି ଭଳି ଭାବେ ବାନ୍ଧନ୍ତି
ମନସ୍କାମନା ପୂର୍ଣ୍ଣ ହୁଏ , ଏବଂ ନଡ଼ିଆ ମାନସିକ ରଖନ୍ତି, ଏହି ମନ୍ଦିର ରେ, ହନୁମାନ ଚାଳିଶା ପାଠ ହୁଏ,
No comments:
Post a Comment