ଆଖଣ୍ଡଳମଣି ମନ୍ଦିର ଓଡ଼ିଶାର ଭଦ୍ରକ ଜିଲ୍ଲାର ଆରଡ଼ିଠାରେ ଅବସ୍ଥିତ ଏକ ପ୍ରଧାନ ଶୈବ ପିଠ । ଏହା ବୈତରଣୀ ନଦୀ କୂଳରେ ଆରଡ଼ିଠାରେ ଓ ଭଦ୍ରକ ସହରଠାରୁ ୪୦ କି.ମି. ଦୂରରେ ଅବସ୍ଥିତ
ଦିନେ ଜମିଦାର ନିଳାଦ୍ରୀ ସମରସିଂହ ନିଜ ଜମିରେ ହଳ କରିବା ପାଇଁ ଅନନ୍ତ ନାମକ ଜଣେ ହଳୁଆକୁ କହିଲେ
ଅନନ୍ତ କିଛି ସମୟ ବିଲରେ ହଳ ବୁଲାଇବା ପରେ ହଠାତ ଲଙ୍ଗଳ ମୁନଟି ମାଟିତଳେ ଥିବା ଏକ ପଥରରେ ବାଜି ଭାଙ୍ଗି ଗଲା
। ତତ୍କ୍ଷଣାତ୍ ଆକାଶରେ କଳାବାଦଲ ଛାଇଗଲା, ପ୍ରଚଣ୍ଡ ଘଡ଼ଘଡ଼ି ସହ ବିଜୁଳି ଚମକିବାରେ ଲାଗିଲା ।
ଲୁହାରେ ନିର୍ମିତ ଫାଳଟି ଭାଙ୍ଗିଯିବା ସହିତ ପ୍ରକୃତିର ଖେଳ
ହଠାତ୍ ପରିବର୍ତ୍ତନ ଆକାଶରେ ଦେଖି
ଅନନ୍ତ ପଥରର ଚାରିକଡ଼ର ମାଟି ଆଡ଼େଇଲେ
ଦେଖିଲେ ଏକ କଳା ମୁଗୁନି ପଥର ଦେହରୁ ରକ୍ତର ଧାର ଧାର ହୋଈ ବୈତରଣୀ ନଦୀ ଆଡ଼କୁ ବୋହୁଯାଉଛି
ଏହାପରେ ସେ ଯାଇ ଜମିଦାରଙ୍କୁ ସମସ୍ତ ଘଟଣା ସମ୍ପରକରେ ରେ ଜଣାଇଲେ
। ଜମିଦାର ସମରସିଂହ କିଛି ଗ୍ରାମବାସୀଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚିଲେ ।
ଜମିଦାର ଦେଖିଲେ ସେହି ଲିଙ୍ଗଟିରେ ଏକ କ୍ଷତ ହୋଇଯାଇଛି
ଏବଂ ସେହି ସ୍ଥାନରୁ ରକ୍ତ ଝରୁଥିବାର ସମସ୍ତ ଗ୍ରାମବାସୀ ଦେଖିଲେ
ସେତେବେଳେ ଆଃ ଶବ୍ଦ ରଡ଼ି କରି ବାବା ଆଖଣ୍ଡଳମଣି ଶିବଲିଙ୍ଗ ରୂପରେ ବିଦ୍ୟମାନ ହେଲେ । ଆଃ ଶବ୍ଦ ରଡ଼ି କରିଥିବାରୁ ସେହି ସ୍ଥାନର ନାମ ଆରଡ଼ି ହୋଇଛି
ଏବଂ ଶିବଙ୍କର ମସ୍ତକ ଉପରେ ଖିର ବର୍ଷା କଲେ
ଏବଂ ସେଠାରେ ଏକ ନାଗ ସେହି ଖିରରେ ଗାଧୋଉଥିଲା
ସେଦିନ ରାତିରେ ଜମିଦାରଙ୍କୁ ସ୍ୱପ୍ନରେ ଜଣେ ସାଧୁ ତାଙ୍କର ସମାଧିସ୍ତ କାହାଣୀ ବିଷୟରେ ଜଣାଇଲେ । ସେ ଦ୍ୱାପର ଯୁଗରୁ ଅଖଣ୍ଡଳେଶ୍ୱର ଭାବରେ ସମାଧିସ୍ତ ଥିଲେ । ସେହି ଲଙ୍ଗଳର ଫାଳ ବାଜିବା ଫଳରେ ସେ ଲିଙ୍ଗ ରୂପରେ ଅବିର୍ଭାବ ହେଲେ । ଏହା ପରଠାରୁ ଖଣ୍ଡମଣ୍ଡଳର ଇଶ୍ୱର ଭାବରେ ମହାପ୍ରଭୁ ଆଖଣ୍ଡଳେଶ୍ୱର ବା ଆଖଣ୍ଡଳମଣି ବା ବାବାମଣି ଭାବେ ସର୍ବଜନବିଦିତ ହେଲେ
ସେହିସମୟରେ ରାଜକନିକାର ରାଜା ହରିହର ଭଞ୍ଜଦେଓ ଏକ ଘତକ ଚକ୍ଷୁରୋଗରେ ପିଡ଼ୀତ ହୋଇଥିଲେ । ସବୁକିଛି ଚିକିତ୍ସା ବିଫଳ ହେଲା । ଭଗବାନ ଆଖଣ୍ଡଳେଶ୍ୱରଙ୍କର ଆଶୀର୍ବାଦ ତାଙ୍କର ଏହି ରୋଗକୁ ଭଲ କରିଦେଇପାରିବ ବୋଲି ସେ ଭାବିଲେ, ତେଣୁ ସେ ଆସି ଆଖଣ୍ଡଳେଶ୍ୱରଙ୍କ ପାଖରେ ଅଧିଆ ପଡ଼ିଲେ । ଭଗବାନ ଆଖଣ୍ଡଳେଶ୍ୱର ତାଙ୍କର ସ୍ୱପ୍ନରେ ଆସି ତାଙ୍କୁ ସେହି ରୋଗର ଉପଚାର ବିଷୟରେ ପଥ ପ୍ରଦର୍ଶନ କରିଥିଲେ । ଶେଷରେ ଭଗବାନଙ୍କର ଆଶୀର୍ବାଦରେ ରାଜା ଆରୋଗ୍ୟଲାଭ କଲେ
ମୁଖ୍ୟ ଲିଙ୍ଗର ଆକାର
ସମ୍ପାଦନା
ଲିଙ୍ଗର ଉଚ୍ଚତା: ୩୩ ଇଞ୍ଚ
ଲିଙ୍ଗର ପରିଧି: ୪୫ ଇଞ୍ଚ
ଶକ୍ତିର ପରିଧି: ୫୨ ଇଞ୍ଚ
ବାବା ଆଖଣ୍ଡଳମଣିଙ୍କର ମନ୍ଦିର ପାର୍ଶ୍ୱରେ ଅବସ୍ଥିତ ଅନ୍ୟାନ୍ୟ ମନ୍ଦିରମାନ ହେଲା:
ଶ୍ରୀ ଜଗନ୍ନାଥ ମନ୍ଦିର
ମାଆ ତାରିଣୀ ମନ୍ଦିର
ମାଆ ବାଟମଙ୍ଗଳା ମନ୍ଦିର
ମାଉସୀ ମାଆ ମନ୍ଦିର
ବାବାମଣିଙ୍କ ପାଦୁକା (କୁଣ୍ଡଜଳ) ବିଭିନ୍ନ ରୋଗବିନାଶକାରୀ ଭାବରେ କାର୍ଯ୍ୟ କରିଥାଏ ବୋଲି ସାଧାରଣରେ ଦୃଢ଼ ବିଶ୍ୱାସ ରହିଆସିଛି । ଘିଅ, ମହୁ, କ୍ଷୀର, ଲହୁଣୀ, ଛେନା, ଦହି, ଅଦା, ଗୁଡ଼, ନଡ଼ିଆ ଓ କଦଳୀ ଇତ୍ୟାଦି ବହୁ ଉପାଦେୟ ଦ୍ରବ୍ୟମାନ ନୈବେଦ୍ୟ ଭାବେ ମହାପ୍ରଭୁଙ୍କର ଅଙ୍ଗଲାଗି ବା ଘର୍ଷଣ ହୋଇ ସାରିବା ପରେ ସ୍ନାନ ସମୟରେ ସେଥିରୁ ନିର୍ଗତ ସ୍ନାନଜଳକୁ କୁଣ୍ଡଜଳ ବା ପାଦୁକା କୁଣ୍ଡରେ ରଖାଯାଇଥାଏ । ଏହି ଜଳକୁ ଚନ୍ଦୁକ କୁହାଯାଏ । ବହୁ ଲୋକ ଏଠାକାର ପାଦୁକାକୁ ମେଡିସିନ ରୂପେ ମାନିଥାନ୍ତି ବିବାହ, ବ୍ରତ, ଗୃହପ୍ରତିଷ୍ଠ ଇତ୍ୟାଦି ଶୁଭକାର୍ଯ୍ୟଗୁଡ଼ିକରେ ଏହି ପବିତ୍ର ଜଳକୁ ଇଶ୍ୱରଙ୍କ ଆଶୀର୍ବାଦ ଭାବରେ ଗ୍ରହଣ କରାଯାଇଥାଏ ।
No comments:
Post a Comment